ଚର୍ଚ୍ଚାରେ ବିରାମ ଲଗାଇଲେ ରୋହିତ

ମୁମ୍ବାଇ ୧୯।୦୯ : ଟି-୨୦ ବିଶ୍ୱକପ୍‌କୁ ଆଉ କିଛି ଦିନ ବାକି ରହିଛି । ଏହାପୂର୍ବରୁ ଭାରତୀୟ ଟିମ୍‌ରେ କିଏ ହେବ ଓପନିଂ ଯୋଡି , ସେନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । କିନ୍ତୁ ଅଧିନାୟକ ରୋହିତ ଶର୍ମା ଏଥିରେ ବିରାମ ଲଗାଇଛନ୍ତି । ଆଉ କହିଛନ୍ତି ଯେ, କିଏ ହେବ ଓପନିଂ ଯୋଡ଼ି ? । ରୋହିତ ଶର୍ମା ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି ଯେ, ଆଗାମୀ ଟି-୨୦ ବିଶ୍ୱକପ୍‌ରେ କେଏଲ୍‌ ରାହୁଲ ହିଁ ଓପନିଂ କରିବେ । ବିରାଟ କୋହଲି ଆମ ଦଳ ପାଇଁ ଏକ ଓପନର ଭାବେ ବିକଳ୍ପ ରହିବେ । ଆବଶ୍ୟକ ଅନୁସାରେ ବିରାଟ ଓପନିଂ କରିବେ । କିନ୍ତୁ ରାହୁଲ ହିଁ ଦଳ ପାଇଁ ପ୍ରଥମ ଓପନିଂ ପସନ୍ଦ । ଅନେକ ସମୟରେ ତାଙ୍କ ପ୍ରଦର୍ଶନ ଉପରେ ଧ୍ୟାନ ଦିଆଯାଇନଥାଏ । କିନ୍ତୁ ସେ ଆମ ପାଇଁ ବହୁତ ଜଣେ ମହତ୍ତପୂର୍ଣ୍ଣ ଖେଳାଳି । ସୂଚନାଯୋଗ୍ୟ ଯେ, ଏସିଆ କପ୍‌ର ଭାରତର ଶେଷ ମ୍ୟାଚ୍‌ରେ ବିରାଟ କୋହଲି ଓ କେଏଲ୍‌ ରାହୁଲ୍‌ ଓପନିଂ କରିଥିଲେ । ଯାହାକୁ ଦଳ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଏହି ମ୍ୟାଚ୍‌ରେ ବିରାଟ ଶତକ ମଧ୍ୟ ହାସଲ କରିଥିଲେ । ୨୦୧୯ ପରେ ବିରାଟଙ୍କ ବ୍ୟାଟ୍‌ରୁ ଏହା ପ୍ରଥମ ଶତକ । ଲଗାତର ଖରାପ ଫର୍ମକୁ ନେଇ ଚର୍ଚ୍ଚାରେ ଥିବା କୋହଲି, ଏସିଆ କପ୍‌ର ଶେଷ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ । ସେବେଠାରୁ ବିରାଟ ଓପନିଂ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଅଧିନାୟକ ପ୍ରେସ୍‌ମିଟ୍‌ ଜରିଆରେ ସବୁ ଚର୍ଚ୍ଚା ଉପରେ ଅଙ୍କୁଶ ଲଗାଇଛନ୍ତି ।

Leave A Reply

Your email address will not be published.