ପୋଡି ହୋଇ ମହିଳା ଗୁରୁତର

ଉଦଳା ୧୯/୦୯: ନିଜ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଲେ । ପାଖରେ ଟଙ୍କା ନ ଥିବାରୁ ପରବର୍ତ୍ତୀ ସମୟରେ ଯିବା ବୋଲି କହିଥିଲେ ସ୍ୱାମୀ । ଏତିକିରେ ମାନିଲାନି ସ୍ତ୍ରୀଙ୍କ ମନ । ରାଗିଯାଇ ନିଜେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ହେଲେ ମହିଳା । ଆଉ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି ହୋଇଛନ୍ତି । କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ ଘଟିଛି ଏଭଳି ଘଟଣା । ଗ୍ରାମର ମୁନା ସିଂଙ୍କ ସ୍ତ୍ରୀ ଚନ୍ଦ୍ରମଣି ସିଂ ପୂଜା ଅବସରରେ ନିଜ ବାପ ଘରକୁ ଯିବାକୁ ବାହାରିଥିଲେ । ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଥିବା ବେଳେ ଟଙ୍କା ଅଭାବରୁ ପରେ ଯିବା କଥା କହିଥିଲେ ସ୍ୱାମୀ । ଏହା ପରେ ସ୍ୱାମୀ କୌଣସି କାମରେ ଘର ବାହାରକୁ ଚାଲି ଯାଇଥିବା ବେଳେ ଚନ୍ଦ୍ରମଣି ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇଦେଇଥିଲେ । ନିଆଁରେ ପୋଡି ହୋଇ ଚିତ୍କାର କରିବାରୁ ଏବଂ ଘର ଭିତରୁ ଧୂଆଁ ବାହାରିବା ଦେଖି ପରିବାର ଲୋକେ ଘର କବାଟ ଭାଙ୍ଗି ଚନ୍ଦ୍ରମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେତେବେଳକୁ ତାଙ୍କ ଶରୀରର ପାଖାପାଖି ୭୦ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି । ସାମାନ୍ୟ କଥାରୁ ଏଭଳି ଏକ ଅଘଟଣ ଘଟିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.