ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ସୋର ୧୯।୦୯ : ଘରେ ଭିତରେ  ଯୁବକଙ୍କ ଆତ୍ମହତ୍ୟା | ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରି ପଞ୍ଚାୟତର ବରି ନୟାଦା ଗାଁର ଘଟଣା । ମୃତକଙ୍କ ନାମ ଗୌରୀଶଙ୍କର ପଟ୍ଟନାୟକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ରାତିରେ ଖାଇବା ପାଇଁ ଗୌରିଶଙ୍କରଙ୍କୁ ଘରଲୋକ ଡାକିଥିଲେ । କିନ୍ତୁ ସେ ଆଉ ବାହାରକୁ ଆସିନଥିଲେ । ଘରର ଉଭୟ ପଟ କବାଟରେ ତାଲା ପଡିଥିବାରୁ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା । ଆଉ ଝରକା ପଟେ ଦେଖିଲା ବେଳକୁ ଗୌରୀଶଙ୍କର ଏକ ଶାଢୀ ସହାୟତାରେ ବେକରେ ଫାଶୀ ଲଗାଇ ଝୁଲିପଡିଛନ୍ତି । ଏନେଇ ସିମୁଳିଆ ଥାନାକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ସେପଟେ ଗୌରୀଶଙ୍କରଙ୍କ ସ୍ତ୍ରୀ ଓ ପିଲାମାନେ ବାଙ୍ଗାଲୋରରେ ରହୁଛନ୍ତି ।

Leave A Reply

Your email address will not be published.