ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ୨ ଗିରଫ

ସଇନ୍ତଳା/ଆମପାଲି: ବଲାଙ୍ଗିର ଜିଲ୍ଲା ସଇନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ଘଟଣାରେ ସଇନ୍ତଳା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ସୂଚନା ଅନୁସାରେ ସଇନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିବା ନେଇ ନାବାଳିକାଙ୍କ ପରିବାର ଲୋକେ ସଇନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସଇନ୍ତଳା ଥାନାଧିକାରୀ ଅବନୀ ସାହୁ ତଦନ୍ତ ଜାରି ରଖିଥିଲେ । ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି ଘଟଣା ସମ୍ବନ୍ଧରେ ଅବଗତ ହେବା ପରେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତକୁ ଅଧିକ ଜୋରଦାର କରାଯାଇଥିଲା । ଘଟଣାରେ ସଂପୃକ୍ତ  ଥିବା ନେଇ ଶିଶକେଲା ଗାଁର ଅମ୍ବିକା ବେହେରା ଓ ବିପିନ୍ ବେହେରାଙ୍କୁ ସଇନ୍ତଳା ପୁଲିସ ଗିରଫ କରି ବଲାଙ୍ଗିର କୋର୍ଟକୁ ଚାଲାଣ କରିଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଏସଡିପିଓ ଶତପଥୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.