ପ୍ରେମିକ ସାଜିଲା ବଇରି: ୯ ମାସର ଗର୍ଭବତୀ ପ୍ରେମିକାକୁ ବିବାହ କରିବାକୁ ନାରାଜ

ବଲାଙ୍ଗୀର ୨୦/୦୯: ପ୍ରଥମେ ପ୍ରେମ ସମ୍ପର୍କ ଆଉ ପରେ ପ୍ରତାରଣା l ନଅ ମାସର ଗର୍ଭବତୀ ଯୁବତୀ ଏବେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହୋଇଛି। ଏମିତି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ପିପଲପଦର ଗାଁରେ ଦେଖିବାକୁ ମିଳିଛି। ଗାଁର ବୃନ୍ଦାବନ ଛତ୍ରିଆଙ୍କ ଝିଅ ସେହି ଗାଁର ସୁମନ୍ତ ଭୋଇ ପରସ୍ପରକୁ ଦୀର୍ଘ ଛଅ ବର୍ଷ ହେଲା ଭଲ ପାଉଥିଲେ । ହେଲେ ଶେଷରେ ପ୍ରେମିକ ସୁମନ୍ତ ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରତାରଣା କରୁଛି। ପ୍ରେମିକା ଏନେଇ ଥାନାର ଦ୍ୱାରସ୍ଥ ହେବା ପରେ ମୋର କେହି କିଛି କରିପାରିବେନି ବୋଲି ପ୍ରେମିକ ଫୋନରେ କହିଛି। ଖବର ଅନୁସାରେ, ବଲାଙ୍ଗୀର ଜିଲ୍ଳା ଦେଓଗାଁ ବ୍ଲକ ପିପଲପଦର ଗାଁର ସୁମନ୍ତ ଭୋଇ ନାମକ  ଯୁବକ ସେହି ଗାଁର ଜଣେ  ଯୁବତୀ ଙ୍କ ସହ  ପ୍ରେମ ସମ୍ପର୍କ ରଖିଥିଲେ। ଦୁଇ ଜଣଙ୍କ ଘର ଗୋଟିଏ ଗାଁର ହୋଇଥିବାରୁ ନିର୍ଦ୍ୱନ୍ଦରେ ସେମାନେ ପରସ୍ପର ସହ ମିଶୁଥିଲେ। ଏପରିକି ଉଭୟଙ୍କ ପରିବାର ସଦସ୍ୟ ତାଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। ବାରମ୍ବାର ମିଳାମିଶା ଯୋଗୁଁ ପୂର୍ବରୁ ଯୁବତୀ ଜଣକ ଦୁଇଥର ଗର୍ଭବତୀ ହୋଇଥିଲେ। କିନ୍ତୁ ବିବାହ ହୋଇ ନଥିବାରୁ ଗର୍ଭ ନଷ୍ଟ କରି ଦିଆଯାଇଥିଲା। ଏବେ ପୁଣି ୯ ମାସର ଗର୍ଭବତୀ। ପେଟରେ ଛୁଆ ବଢୁଛି। ମାତ୍ର ଛୁଆ ବାପାର ପରିଚୟ ପାଇଁ ବାରଦୁଆର ଶୁଣ୍ଢି ପିଟା ହେଉଛି ନଅ ମାସର ଗର୍ଭବତୀ କୁଆଁରି ମାତୃତ୍ୱ।

Leave A Reply

Your email address will not be published.