ପାର୍ବଣରେ ଚଳଚଞ୍ଚଳ ଝଙ୍କଡ଼ ଶାରଳାଙ୍କ ପୀଠ

ଜଗତସିଂହପୁର ୨୧/୦୯: ଆଜି ପାର୍ବଣର ପଞ୍ଚମ ଦିନ । ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠ ହୋଇଛି ଚଳଚଞ୍ଚଳ । ପ୍ରତିବର୍ଷ ପରି ଚଳିତ ବର୍ଷ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ଶାରଦୀୟ ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ଚାଲିବ । ଏହି ଅବସରରେ ପ୍ରତ୍ୟେହ ମା ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହ ସନ୍ଧ୍ୟାରେ ସୁନା ବେଶ କରାଯାଇ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯାଉଛି । ପ୍ରତିଦିନ ମାଙ୍କୁ ମହିଷା ମରଦିନୀ ବେଶରେ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ବେଶ୍ ଆନନ୍ଦ ଲାଭ କରୁଛନ୍ତି ।

Leave A Reply

Your email address will not be published.