ଦେଶରୁ ଫେରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର ୨୧।୦୯: ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛରୁ ଫେରୁଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ ଗୁଜରାଟର କିଛି କିଛି ଅଞ୍ଚଳରୁ ମୌସୁମୀ ବାୟୁ ଅପସରିଯାଇଛି। ଧୀରେ ଧୀରେ ଦେଶର ବିଭିନ୍ନ ଅଂଶରୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ୧୫ସୁଦ୍ଧା ସମ୍ପୂର୍ଣ୍ଣ ବାହୁଡ଼ିଯିବ। ସାଧାରଣତଃ ଅକ୍ଟୋବର ଦ୍ବିତୀୟ ସପ୍ତାହ ଶେଷ କିମ୍ବା ତୃତୀୟ ସପ୍ତାହ ପ୍ରଥମ ଆଡ଼କୁ ରାଜ୍ୟରୁ ମୌସୁମୀ ଲେଉଟିବା ଆରମ୍ଭ କରିଥାଏ। ଏଣୁ ଓଡ଼ିଶାରେ ମୌସୁମୀ ଆଉ ୨୫ଦିନ ରହିବ ବୋଲି ଆଶା କରାଯାଉଛି। ମୌସୁମୀ ପ୍ରଭାବରେ ରାଜ୍ୟରେ ୧ ଜୁନ ରୁ ୨୦ ସେପ୍ଟେମ୍ବର ମଧ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷାଠାରୁ ୫ ପ୍ରତିଶତ ଅଧିକ । ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମିମି ବର୍ଷା ହୋଇଛି । ଯାହା ୫୧ ପ୍ରତିଶତ ଅଧିକ । ସେହିଭଳି ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମିମି ବର୍ଷା ହୋଇଛି । ଯାହା ୧୮ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ସ୍ଥଳଭାଗ ମୁହାଁ ଲଘୁଚାପ। ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟା ପରେ ରାଜ୍ୟରେ ବର୍ଷାର ପ୍ରକୋପ କମିବ। ୨୨ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ।

057 code kasam
Leave A Reply

Your email address will not be published.