ଆଜମ ଖାନ୍‌ଙ୍କ ଉପରେ ଶକ୍ତ ପ୍ରହାର, ଗୌହର ୟୁନିଭର୍ସିଟିର କାନ୍ଥ ତାଡ଼ି ପୋଲିସ ବାହାର କଲା ଚୋରି ଇସଲାମିକ ପାଣ୍ଡୁଲିପି

ନୂଆଦିଲ୍ଲୀ ୨୧/୦୯: ଉତ୍ତରପ୍ରଦେଶ ରାମପୁରରେ ଥିବା ଆଜମ ଖାନଙ୍କ ମହମ୍ମଦ ଅଲି ଜୋହର ୟୁନିଭର୍ସିଟିରେ କାନ୍ଥ ଭିତରୁ ବାହାରିଲା ହଜାର ହଜାର ଚୋରା ବହି । କ୍ୟାମ୍ପସ ବିଲଡିଂରେ ଥିବା ଏକ କାନ୍ଥ ଭିତରେ ବହିଗୁଡ଼ିକୁ ଲୁଚାଇ ରଖାଯାଇଥିଲା । ଯେଉଁଥିରେ ଅନେକ ଐତିହାସିକ ପୁସ୍ତକ ଏବଂ ବହୁମୂଲ୍ୟ ପାଣ୍ଡୁଲିପି ମଧ୍ୟ ରହିଛି । ରାମପୁର ପୋଲିସ ରିମାଣ୍ଡରେ ଥିବା ୨ ଅଭିଯୁକ୍ତ ଅନଓ୍ବର ଏବଂ ସଲିମଙ୍କୁ ଜେରା ବେଳେ ସେମାନଙ୍କ ଠାରୁ ମିଳିଥିଲା ସୁରାକ। କୁହାଯାଉଛି ନବାବ୍ କଲଓ୍ବେ ଅଲି ଖାନ୍ ,ମିର୍ଜା ଗାଲିବଙ୍କ ଶିଶ୍ୟ ଥିଲେ । ତାଙ୍କର ପୂର୍ବ ପୁରୁଷମାନେ ସାରା ଦୁନିଆରୁ ପୁସ୍ତକଗୁଡ଼ିକ ସଂଗ୍ରହ କରି ରାମପୁର ରଜା ଲାଇବ୍ରେରୀ ଏବଂ ମଦ୍ରାସା ଆଲିୟା ଲାଇବ୍ରେରୀରେ ରଖିଥିଲେ । ତେବେ ଆଜମ ଖାନ୍ ଏବଂ ତାଙ୍କ ପୁଅ ଓ ପତ୍ନୀ ଏହାକୁ ଚୋରି କରି ନିଜ ୟୁନିଭର୍ସିଟିରେ କାନ୍ଥ ଖୋଳି ଏସବୁକୁ ଲୁଚାଇ ରଖିଥିଲେ । ସୋମବାର ସର୍ଚ୍ଚ ଅପରେସନ ବେଳେ କ୍ୟାମ୍ପସରୁ ମାଟିଖୋଳି ଏକ ସଫାଇ ମେସିନ୍ ମଧ୍ୟ ଉଦ୍ଧାର କରିଥିଲା ପୋଲିସ ।

Leave A Reply

Your email address will not be published.