ଗଞ୍ଜେଇ ବୋଝେଇ କାର୍‌ରୁ ମିଳିଲା ରୂପା ଇଟା

କଟକ ୨୨।୦୯ : ଗଞ୍ଜେଇ ଗାଡି ଯାଞ୍ଚ ବେଳେ ବେଳେ ଧରାପଡିଲା  ରୂପା ଇଟା ଓ ଟଙ୍କା। ଏକ କ୍ବିଣ୍ଟାଲ ଚାନ୍ଦି ସହ ନଗଦ ୧୦ ଲକ୍ଷ ଟଙ୍କା ଜବତ । ଗାଡିରେ ଥିବା ଦୁଇ ଜଣଙ୍କୁ ଅଟକ ରଖିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ। କାରରେ ସ୍ବତନ୍ତ୍ର ଚାମ୍ବରେ ଥିଲା ରୁପା ଇଟା, ଅଳଙ୍କାର ଓ ଟଙ୍କା। ଅଟକ ଦୁଇ ଯୁବକ ପଶ୍ଚିମବଙ୍ଗର ହୋଇଥିବା ସୂଚନା। ଟାଙ୍ଗି ଟୋଲ ଗେଟ ନିକଟରେ ଗାଡି ଯାଞ୍ଚ ବେଳେ ଧରିଲା ଅବକାରୀ ବିଭାଗ ।

Leave A Reply

Your email address will not be published.