ନୂଆଦିଲ୍ଲୀ ୨୨/୦୯ : ସନ୍ନ୍ୟାସୀଙ୍କ ଅଜବ କାରନାମା। ବନ୍ଧୁକ ଧରି ପହଞ୍ଚିଲେ ବ୍ୟାଙ୍କରେ। ଆଉ ଦେଲେ ଲୁଟର ଧମକ। ତେବେ ତାଙ୍କ ଧମକର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟାଙ୍କ୍ ତାଙ୍କୁ ଲୋନ୍ ଦେବାକୁ ମନା କରିବାରୁ ସେ କରିଛନ୍ତି ଏମିତି କିଛି। ଏ ଘଟଣା ଘଠିଛି ତାମିଲନାଡୁର ଥିରୁଭାରୁର । ବ୍ୟାଙ୍କ୍ ଋଣ ଦେବାକୁ ମନା କରିବାରୁ ଲୁଟ୍ କରିବା ପାଇଁ ଧମକ ଦେଇଛନ୍ତି ସନ୍ନ୍ୟାସୀ। ସେ ଖାଲି ଧମକ ଦେଇ ନାହାନ୍ତି ତାଙ୍କର ପୂରା କାରନାମାର କରିଛନ୍ତି ଫେସବୁକ୍ ଲାଇଭ୍ । ସନ୍ନ୍ୟାସୀଙ୍କ ନାଁ ଥିରୁମଲାଇ ସାମୀ। ସେ ଥିରୁଭରୁର ଜିଲ୍ଲାର ମୁଲାନଗୁଡ଼ି ଗାଁର। ଝିଅର ଚୀନରେ ମେଡିକାଲ୍ ପଢ଼ୁଛନ୍ତି । ତାଙ୍କ ପାଠ ପଢ଼ା ପାଇଁ ଦରକାର ଥିଲା ଟଙ୍କା। ସେଥିପାଇଁ ଋଣରେ ଟଙ୍କା ଆଣିବାକୁ ଏକ ପ୍ରାଇଭେଟ ସେକ୍ଟର ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ। ଏହି ସମୟର ବ୍ୟାଙ୍କ ଅଧିକାରୀମାନେ ତାଙ୍କୁ ତାଙ୍କ ସମ୍ପତ୍ତିର ଡକ୍ୟୁମେଣ୍ଟ୍ ବନ୍ଧକ ରଖିବାକୁ କହିଥିଲେ। ଯେଉଁଥିରେ ରାଜି ହୋଇ ନଥିଲେ ସାମି। ସନ୍ନ୍ୟାସୀ ପ୍ରଶ୍ନ କରିଥିଲେ ଯେ, ସେ ତ ଟଙ୍କା ନେବେ ସୁଧ ସହ ଫେରାଇବେ। ସେ ସମ୍ପତ୍ତି ଡକ୍ୟୁମେଣ୍ଟ କାହିଁକି ଦେବେ। ଶେଷରେ ବ୍ୟାଙ୍କ ଅଧିକାରୀମାନେ ତାଙ୍କର ଋଣ ଆବେଦନକୁ ଖାରଜ କରିଥିଲେ। ଏହା ପରେ ସାମି ଘରକୁ ଯାଇଥିଲେ, ତାଙ୍କ ରାଇଫଲ ଧରି ବ୍ୟାଙ୍କକୁ ଆସିଥିଲେ।