ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରୋତ୍ସାହନ ନେଇ ଓଡିଶା-ଭିଏତନାମା ମଧ୍ୟରେ ଆଲୋଚନା, ଯୋଗଦେଲେ ଉଭୟ ପକ୍ଷର ପ୍ରତିନିଧି

ଭୁବନେଶ୍ୱର ୨୩।୦୯ : ଓଡିଶା ଏବଂ ଭିଏତନାମା ମଧ୍ୟରେ ସୁଦୃଢ ହେବ ବାଣିଜ୍ୟ କାରବାର । ଏନେଇ ଭିଏତମାନାର ଏକ ପ୍ରତିନିଧି ମଣ୍ଡଳୀ ଏବଂ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓ୍ୱାର୍ଲଡ ଟ୍ରେଡ୍‌ ସେଣ୍ଟର ଆସୋସିଏସ୍‌ନ ଭୁବନେଶ୍ୱର ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିଲା । ସେପ୍ଟେମ୍ବର ୩ରେ ଭିଏତନାମାର ଏକ ପ୍ରତିନିଧି ମଣ୍ଡଳୀ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଲାଗି ପହଞ୍ଚିଥିଲେ । ଅନ୍ୟପଟେ ଭାରତର କନସୋଲ୍ ଜେନେରାଲ, ହୋ ଚି ମିନ୍ ସିଟି ଭିଏତନାମ୍ ଏବଂ ଡ଼ ମଦନ ମୋହନ ସେଠୀଙ୍କ ନିମନ୍ତ୍ରଣରେ ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଯୋଗଦେଇଥିଲେ । ଓଡିଶାର ପ୍ରତିନିଧିମଣ୍ଡଳୀରେ MSMEର କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ, ପର୍ଯ୍ୟଟନ ବିଭାଗ, ହସ୍ତତନ୍ତ ଏବଂ ବୟନଶିଳ୍ପ ଆଦି ବିଭାଗର ଅଧିକାରୀମାନେ ସାମିଲ୍ ଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.