ଜାତୀୟ ରାଜପଥରେ ଓଲଟିଲା ଛେଳି ବୋଝେଇ ଟ୍ରକ୍‌; ଡ୍ରାଇଭରଙ୍କ ସହିତ ୪ ଆହତ

ଭଦ୍ରକ ୨୨/୦୯: ୧୬ ନମ୍ୱର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଛେଳି ବୋଝେଇ ଟ୍ରକ। ଫଳରେ ଡ୍ରାଇଭର,  ହେଲପର ସହିତ ୪ ଆହତ ହୋଇଛନ୍ତି। ଦୂର୍ଘଟଣାରେ ୫ ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶତାଧିକ ଛେଳି ଘଟଣାସ୍ଥଳରୁ ନିଖୋଜ। ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ଜାତୀୟ ନମ୍ୱର ଜାତୟ ରାଜପଥ ପାଖାରେ ଥିବା ଆସାମ ପେଟ୍ରୋଲ ପମ୍ପ ଆଗରେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁସାରେ, ବାଲେଶ୍ୱର ଆଡ଼ୁ ଆସୁଥିବା ଛେଳି ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟି ପଡିଥିଲା। ଏଥିରେ ଡ୍ରାଇଭର ଓ ହେଲପରଙ୍କ ସହିତ ଅନ୍ୟ ୨ ଜଣ ଲୋକ ଗାଡି ଭିତରେ ଫସି ରହିଥିଲେ। ପରେ ତୁରନ୍ତ ସ୍ଥାନୀୟ ଲୋକ ଏବଂ ପୋଲିସ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଉପରୁ ଗାଡିକୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.