ସପ୍ତାହେ ହେଲା ଅନ୍ଧାରରେ ପଞ୍ଚାୟତବାସୀ

ଫୁଲବାଣୀ ୨୩।୦୯ :  ସପ୍ତାହେ ହେଲା ଅନ୍ଧାରରେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ମିଣିଆ ପଞ୍ଚାୟତରେ ଆଜକୁ ପ୍ରାୟ ସାତ ଦିନ ହେଲା ପୋଡିଯାଇଛି ଟ୍ରାନ୍ସଫର୍ମର । ଯାହାଫଳରେ ଗ୍ରାମବାସୀ ଏପରି ଅସୁବିଧା ଭୋଗୁଛନ୍ତି । ଖବର ଅନୁଯାୟୀ, ମିଣିଆ ପଞ୍ଚାୟତରେ କୌଣସି କାରଣରୁ ଟ୍ରାନ୍ସଫର୍ମଟି ପୋଡିଯାଇଥିଲା । ଯାହାଫଳରେ ୧୦୦ରୁ ଅଧିକ ପରିବାର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ ସୃଷ୍ଟି ହେଉଛି l ଅନ୍ୟପଟେ ପିଲାମାନଙ୍କ ପରୀକ୍ଷା ଚାଲିଛି । ସେମାନେ ଦୀପ ଆଲୁଅରେ ରାତିରେ ପଢିବାକୁ ବାଧ୍ୟ ହେଉଛନ୍ତି l ସରପଞ୍ଚ ଗୌତମ ମଲ୍ଲିକ ବିଦ୍ୟୁତ୍ ଯୋଗାଣ ବିଭାଗରେ ଅଭିଯୋଗ  ପରେ ବି ତିଆରି ହୋଇପାରୁନି l ଖୁବଶୀଘ୍ର ପ୍ରସ୍ତୁତ କରାଯିବ ବୋଲି କହିଥିଲେ ବି ଏବେ ଯାଏଁ ହୋଇପାରିଲାନି । ଶେଷରେ ଗ୍ରାମବାସୀମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉଭୟ ରାସ୍ତାରେ ଅନେକ ଗାଡି ଅଟକି ରହିଛି ।

Leave A Reply

Your email address will not be published.