କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ

ଧର୍ମଗଡ଼ ୨୩।୦୯: କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ l ଗତ ଦୁଇ ମାସ ହେବ ଜିଲ୍ଲାର ବିଭିନ୍ନ ବ୍ଲକରେ ଡାଇରିଆ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ଏବଂ ମେଡିକାଲ ଟିମ ଗାଁ ଗାଁରେ ଯାଇ ସ୍ଥିତି ଅନୁଧ୍ୟାନ କରି ମେଡ଼ିସିନ ଦେଉଛନ୍ତି । ହେଲେ ବର୍ତମାନ ପୁଣି ଆଉ ଏକ ବ୍ଲକରେ ଡାଇରିଆ ଆତଙ୍କ ଖେଳାଇଛି l ଖବର ଅନୁଯାୟୀ, କଳମପୁର ବ୍ଲକ ଭାଲୁବୁଡ୍ରା ଗାଁ ର ୧୧ଜଣ ଗତ ତିନି ଦିନ ପୂର୍ବରୁ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ କଳମପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ହେଲେ ଗୁରୁବାର ଠାରୁ ପୁଣି ୧୪ ଜଣ ଡାଇରିଆରେ ଆକ୍ରାନ୍ତ ହେଇଛନ୍ତି l ବର୍ତମାନ ଡାଇରିଆରେ ଆକ୍ରାନ୍ତ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ପ୍ରଶାସନ ପକ୍ଷରୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି l ବର୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଡିକାଲ ଟିମ ଭାଲୁବୁଡ୍ରା ଗାଁ ରେ ପହଞ୍ଚି ଘରକୁ ଘର ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି l ଗାଁରେ ଥିବା ନଳକୂପ ତଥା ଜଳ ଉତ୍ସା ଗୁଡି଼କ ରୁ ପାଣି ର ନମୁନା ସଂଗ୍ରହ କରୁଛନ୍ତି ଏବଂ ମେଡିକାଲ ଟିମ ଲୋକଙ୍କୁ ଔଷଧ ଦେବା ସହିତ ପରିମଳ ବ୍ୟବସ୍ଥା ପ୍ରତି ସଚେତନ କରାଉଥିବା ଜଣା ପଡିଛି l

Leave A Reply

Your email address will not be published.