ବସ୍‌ରୁ ଓହ୍ଲାଇବା ପରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ହ୍ରାଇଦ୍ରାବାଦ୍‌ରୁ ଫେରୁଥିଲେ…

ଧର୍ମଗଡ଼ ୨୩।୦୯ : ବସରୁ ଓହ୍ଲାଇବା ପରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବସ୍‌ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ହାଇଦ୍ରାବାଦ୍‌ରୁ ବସ୍‌ ଯୋଗେ ଦାଦନ ଶ୍ରମିକ ନିଜ ଘରକୁ ଫେରୁଥିଲେ । ଖବର ଅନୁଯାୟୀ,  ଜୁନାଗଡ଼ ବ୍ଲକ ଦାସିଗା ତାଳପଦର ଜଳନ୍ଧର ନିଆଲ ସେ ଗତ ଦେଢ଼ ମାସ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ସହିତ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ l ଗୁରୁବାର ସଂଗୀତା ନାମକ ଏକ ଯାତ୍ରୀବାହୀ ବସରେ ଘରକୁ ଫେରୁଥିଲେ । ହେଲେ ବସଟି ସିନାପାଲି ଯାଉଥିବା ବେଳେ ଆମପାଣି ବସଷ୍ଟାଣ୍ଡରେ ତାଙ୍କୁ ଓହ୍ଲାଇ ଦେଇଥିଲେ l ହଠାତ୍‌ ସେଠାରେ ଓହ୍ଲାଇବା ପରେ ତାଙ୍କୁ ମୃତ୍ୟୁ ହୋଇଛି । ମୃତଦେହଟି ବସ୍‌ଷ୍ଟାଣ୍ଡରେ ପଡିରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.