ରୋଚକ ମୋଡରେ ରାଜସ୍ଥାନ ରାଜନୀତି

ନୂଆଦିଲ୍ଲୀ,୨୪/୦୯ : କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେଥିନେଇ ଚାଲିଛି କଳ୍ପନାଜଳ୍ପନା । ଇତିମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବା ନେଇ ଶୁକ୍ରବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କେରଳର କୋଚିରେ ଗେହଲଟ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଭେଟି ଅଧ୍ୟକ୍ଷ ହେବାକୁ ଅନୁରୋଧ କରିଥିଲି । କିନ୍ତୁ ସେ ମନା କରିଦେଲେ । ରାହୁଲ କହିଲେ, ଏଥରକ ଅଣ ଗାନ୍ଧୀ ହିଁ ଅଧ୍ୟକ୍ଷ ହେବେ । ଏହା ଅନ୍ତିମ ନିଷ୍ପତ୍ତି । ଏହାପରେ ଗେହଲଟ ସେପ୍ଟେମ୍ବର ୨୮ରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି । ସେପଟେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜସ୍ଥାନ ରାଜନୀତି ସରଗରମ ହୋଇଛି । ଯଦି ଗେହଲଟ ଅଧ୍ୟକ୍ଷ ହୁଅନ୍ତି ତା’ ହେଲେ ରାଜ୍ୟରେ ଖାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ସଚିନ୍‌ ପାଇଲଟ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ା ଆଜି ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ପାଇଲଟ ହିଁ ହେବେ । ସମସ୍ତ ବିଧାୟକ ତାଙ୍କ ସହିତ ଅଛନ୍ତି । ଗେହଲଟଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକ ବି ପାଇଲଟଙ୍କୁ ସମର୍ଥନ କରିବେ । ଯେଉଁମାନେ ବିଏସ୍‌ପି ଛାଡ଼ି ଆସିଛନ୍ତି ସେମାନେ ବି ପାଇଲଟଙ୍କୁ ସମର୍ଥନ ଦେବେ ।

Leave A Reply

Your email address will not be published.