ଶିବାଜୀ ପାର୍କରେ ଦଶହରା ରାଲି ଲାଗି ଉଦ୍ଧବ ଠାକରେଙ୍କୁ ହାଇକୋର୍ଟଙ୍କ ଅନୁମତି

ମୁମ୍ୱାଇ ୨୪/୦୯ : ବମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି । ମୁମ୍ବାଇର ଶିବାଜୀ ପାର୍କରେ ଠାକରେ ଗୋଷ୍ଠୀଙ୍କୁ ଦଶହରା ରାଲି କରିବାକୁ ମିଳିଛି ଅନୁମତି । ଶୁକ୍ରବାର ଦିନ କୋର୍ଟ ଏହି ରାୟ ପ୍ରଦାନ କରି କହିଛନ୍ତି ଯେ ମହାରାଷ୍ଟ୍ର ସରକାର ଅକ୍ଟୋବର ୨ ରୁ ୯ ତାରିଖ ପର୍ଯ୍ୟନ୍ତ ଶିବାଜୀ ପାର୍କରେ ଏକ ରାଲି ଆୟୋଜନ କରିପାରିବେ । ତେବେ ଅଦାଲତଙ୍କ ଏହି ରାୟ ପରେ ଏକନାଥ ସିନ୍ଦେଙ୍କୁ ବଜ ଝଟକା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ଏହି ମାମଲାର ଶୁଣାଣି କରି ସିନ୍ଦେଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ବିଏମସିର ପରାମର୍ଶଦାତା ସୁପ୍ରିମକୋର୍ଟଙ୍କ ୨୦୦୪ ଆଦେଶକୁ ସୂଚାଇ ଦେଇଥିଲେ । ଯେଉଁଥିରେ ଦର୍ଶାଯାଇଛି ଯେ କୋର୍ଟ ଆଇନ ଶୃଙ୍ଖଳା କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଯାହାକି ପ୍ରଶାସନ ଦ୍ୱାରା ନିୟନ୍ତ୍ରିତ ହେବା ଉଚିତ । ଏହି ରାୟ ଘୋଷଣା କରିବାବେଳେ କୋର୍ଟ କହିଛନ୍ତି ଯେ ବିଏମସି ସେହିଦିନ ପୋଲିସ ରିପୋର୍ଟ ମାଗିଥିଲା ​​ଯେଉଁ ଦିନ ଠାକରେ ଦଳ ମାମଲା ନେଇ ହାଇକୋର୍ଟକୁ ଯାଇଥିଲେ । ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଶିବାଜୀ ପାର୍କରେ ଦୁଇ ଦଳକୁ ଦଶହରା ରାଲି କରିବାକୁ ଅନୁମତି ନଦେବାକୁ ବିଏମସିର ନିଷ୍ପତ୍ତି କୌଣସି ପ୍ରକାରେ ଯଥାର୍ଥ ନୁହେଁ। ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ବମ୍ବେ ହାଇକୋର୍ଟରେ ଆଡଭୋକେଟ ଏସପି ଚିନୋଇ ଶିବସେନାଙ୍କ ପକ୍ଷରୁ କହିଛନ୍ତି ଯେ ଶିବସେନା ୧୯୬୬ ମସିହାରୁ ଶିବାଜୀ ପାର୍କରେ ଦଶହରା ରାଲିର ଆୟୋଜନ କରିଆସୁଛନ୍ତି । କୋଭିଡ ପରେ ବର୍ତ୍ତମାନ ସମସ୍ତ ପର୍ବ ପାଳନ କରାଯାଉଛି । ଏଭଳି ପରିସ୍ଥିତିରେ ୨୦୨୨ ମସିହାରେ ଶିବସେନା ତରଫରୁ ଦଶହରା ମେଳା ଆୟୋଜନ କରିବାକୁ ଅନୁମତି ଦିଆଯିବା ଉଚିତ୍ ।

Leave A Reply

Your email address will not be published.