ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ

ଆଠମଲ୍ଲିକ ୨୪/୦୯: ଘରୋଇ କଳିରୁ ନବବିବାହିତ ଯୁବକର ଆତ୍ମହତ୍ୟା । ଏପରି ଘଟଣା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଚିନ୍ତାମଣୀପୁର ଗାଁରେ ଦେଖିବାକୁ ମିଳିଛି। ଗାଁ ର ବିରାଗି କୁଦେଇ ଗତ ବର୍ଷ ପାଇକସାହି ଗ୍ରାମର ଲଷ୍ମୀ କୁଦେଇଙ୍କୁ ପ୍ରେମ  ବିବାହ କରଥିଲେ। ଅନ୍ୟ ଜାତିରେ ବିବାହ କରିଥିବାରୁ  ତାଙ୍କୁ  ପରିବାର ଓ ଗାଁ ରୁ ବାସନ୍ଦ କରାଯାଇଥିଲା। ଚଳିତ ସପ୍ତାହ ବୁଧବାର ବିରାଗିର ଓ ଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା ହେଇଥିଲା ।ପରେ  ବିରାଗି ଆଉ ଘରକୁ ଫେରିବ ନାହିଁ  ବୋଲି କହି ଘର ଛାଡ଼ି ଚାଲି ଯାଇଥିଲେ। ଶନିବାର ଗାଁ ମୁଣ୍ଡରେ ଥିବା ଗୋଟିଏ  ମହୁଲ ଗଛରେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଜଣେ ଗାଈଆଳ ଏହା ଦେଖି ଖବର ଦେବାରୁ ଘଟଣା ସ୍ଥାଳକୁ ଠାକୁରଗଡ଼ ପୋଲିସ ପହଂଚି ଏ ବିଷୟରେ ତନାଘନା ଚଳାଇଛି।

Leave A Reply

Your email address will not be published.