ସହିଦ ଭଗତ ସିଂହଙ୍କୁ ରାଷ୍ଟ୍ରପୁତ୍ର ଘୋଷଣା ଦାବି

ଭଦ୍ରକ, ୨୮/୦୯: ସହିଦ ଭଗତ ସିଂହଙ୍କର ୧୧୫ ତମ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରପୁତ୍ର ଘୋଷଣା ପାଇଁ ଦାବୀ ହୋଇଛି । ଭଦ୍ରକ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ସହିଦ ଭଗତ ସେନା ରାଷ୍ଟ୍ରପୁତ୍ର ଘୋଷଣା ପାଇଁ ଦାବି କରିଛି । ସହିଦ ଭଗତ ସିଂହଙ୍କର ଜନ୍ମ ଜୟନ୍ତୀ ଅବସରରେ ନେହେରୁ ଷ୍ଟାଡିୟମ ଠାରୁ ଏକ ବିଶାଳ ଶୋଭାଯାତ୍ରରେ ସହର ପରିକ୍ରମା କରିଛି ସଂଗଠନ । ଏହି ଶୋଭାଯାତ୍ରା ମାଧ୍ୟମରେ ନିଜ ଦାବି ଉପସ୍ଥାପନ କରିଛି ସହିଦ ଭଗତ ସେନା । ଆଗାମୀ ଦିନରେ ସଂଗଠନ ତରଫରୁ ଭିନ୍ନ ଭିନ୍ନ ଉପାୟରେ ଦାବିକୁ ବିଭିନ୍ନ ସ୍ତରରେ ଉପସ୍ଥାପନ କରିବ ।

Leave A Reply

Your email address will not be published.