ମାନସିକ ରୋଗୀଙ୍କୁ ଅକଥନୀୟ ନିର୍ଯ୍ୟାତନା

ଅନୁଗୁଳ ୨୮।୦୯:  ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଅଭାବନୀୟ ଘଟଣା। ଜଣେ ମାନସିକ ରୋଗୀଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି ଝଡ଼ାଫୁଙ୍କା କରୁଥିବା ଲୋକ । ମାନସିକ ରୋଗୀ ଜଣକ ଫିଙ୍ଗା ଫୋପଡା କରୁଥିବା ବେଳେ ତାକୁ ବାନ୍ଧି ଝଡାଫୁଙ୍କା କରିଥିଲେ। ଏହି ସମୟରେ ଦେଖଣାହାରୀ ସାଜିଥିଲେ ମେଡ଼ିକାଲ କର୍ତ୍ତୃପକ୍ଷ। ଏମିତି ଅଧଘଣ୍ଟା କାଳ ଚାଲିଥିଲା ଡ୍ରାମା। ରେଗୀ ଜଣକ ମେଡିକାଲରୁ ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ବିଧା ଗୋଇଠା ମଧ୍ୟ ମରାଯାଇଛି । ଏସବୁ ଭିତରେ ପ୍ରଶ୍ନ ଉଠୁଛି ସରକାରୀ ଡାକ୍ତରଖାନାରେ ଏମିତି ଝଡାଫୁଙ୍କା ଚାଲିଥିଲା କେମିତି ।

Leave A Reply

Your email address will not be published.