ଥମୁନି ଧଳାଜହର କାରବାର, କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର ୨୮।୦୯: ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ । ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦା-ଜଟଣୀ ରାସ୍ତାରୁ ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏପ୍‌। ବ୍ରାଉନସୁଗାର କାରବାର ଅଭିଯୋଗରେ ଉମେଶ ବେହେରା ନାମକ ଯୁବକକୁ ଗିରଫ କରାଯାଇଛି । ଚଢାଉ ବେଳେ ୧ କେଜି ୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ସେହିପରି ଏସଟିଏଫ୍ ଟିମ ଏକ କାର ଜବତ କରିଛି। କାରଟି କାହାର ଏବଂ କେଉଁଠୁ ଆସୁଥିଲା। ସେନେଇ ତଦନ୍ତ ଜାରି ରହିଛି । ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୫୮ କେଜି ବ୍ରାଉନସୁଗାର ଜବତ କରିଛି STF ।

Leave A Reply

Your email address will not be published.