କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ପୂଜା ଉପହାର, ୪% ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ ୨୮।୯: ଦେଶରେ ଉତ୍ସବର ଋତୁ ଆରମ୍ଭ ହୋଇସାରିଲାଣି। ଏଥିରେ କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଉପହାର ମିଳିଛି। ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ପ୍ରସ୍ତାବର ମୋହର ଲଗାଇଛନ୍ତି। ଏଣୁ କର୍ମଚାରୀଙ୍କୁ ମିଳୁଥିବା ମାସିକ ବେତନରେ ଏବେ ଅଭିବୃଦ୍ଧି ଦେଖିବାକୁ ମିଳିବ। କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅଫ ଇକୋନମିକ ଆଫେୟର୍ସ (ସସିଇଏ) ବୈଠକରେ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ମିଳିଛି। ଦେଶରେ ଜାରି ମୂଲ୍ୟ ବୃଦ୍ଧିରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବେଶ କିଛି ଦିନରୁ  ଚାଲିଥିବା ଚର୍ଚ୍ଚାରେ ବିରାମ ଲାଗିଛି।

Leave A Reply

Your email address will not be published.