ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ

ଭଦ୍ରକ ୨୯।୦୯ : ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭଦ୍ରକ ଜିଲ୍ଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଟାଲିଛି ଚଢାଉ । ଖବର ଅନୁଯାୟୀ, ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟ ସରକାରୀ ବାସଭବନରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଗୋଟିଏ ଠିକା ସଂସ୍ଥାଠାରୁ ୫ ଲକ୍ଷ ଟଙ୍କା ଆଣି ନିଜ ସମ୍ପର୍କୀୟଙ୍କୁ ଦେଉଥିବା ବେଳେ ଧରିଲା ଭିଜିଲାନ୍ସ । ବାଲେଶ୍ୱର ଭିଜିଲାନ୍ସ ଟିମ ପକ୍ଷରୁ ରେଡ଼ କରାଯାଇଥିବା ସୂଚନା ମିଳିଛି । ସରକାରୀ ବାସଭବନରେ ଯାଞ୍ଚ ସହ ଟଙ୍କା ଗଣତି କରାଯାଉଛି । ଭଦ୍ରକ ସ୍ଥିତି ସରକାରୀ ଆବାସ ସହ , ବାଇପାସ ସ୍ଥିତ କାର୍ଯ୍ୟାଳୟ , ଶ୍ୱଶୁର ଘର ଓ ଖାଇରା ସ୍ଥିତ ଘରେ ରେଡ଼ ହେଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.