ରେଳ ସଂଯୋଗ ଦାବିରେ ଅଭିନବ ପ୍ରତିବାଦ, ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ଦଣ୍ଡବତ ଯାତ୍ରା

ପୁରୀ ୨୯।୦୯: କେନ୍ଦୁଝର ଆନନ୍ଦ ପୁର ଉପଖଣ୍ଡକୁ ରେଳ ଲାଇନ ସଂଯୋଗ କରିବାରେ ରେଳବାଇର ଅବହେଳା ଓ ପ୍ରଶାସନର ଖାମ୍ ଖିଆଲି ମନୋଭାବକୁ ନେଇ ଅଭିନବ ପ୍ରତିବାଦ। ପୁରୀ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ଦଣ୍ଡବତ ଯାତ୍ରା କଲେ ମା ଧନେଇ ସେବା ସଂଘର କର୍ମକର୍ତ୍ତା। ଯାହାକି ବେସ୍ ଚର୍ଚ୍ଚାର ବିଷୟ ହେଇଛି। ମା ଧନେଇ ସେବା ସଂଘ ଅଭିଯୋଗ କରିଛି ଯେ, କେନ୍ଦୁଝର ଜିଲା ଖଣିଜ ସମ୍ପଦରେ ଭରପୁର କେନ୍ଦ୍ର, ରାଜ୍ୟ ସରକାର୍ ଅନେକ ରାଜସ୍ବ କେନ୍ଦୁଝର ଜିଲ୍ଲାରୁ ହାସଲ କରୁଛନ୍ତି। ହେଲେ ଦୁଃଖ ପରିତାପର ବିଷୟ କେନ୍ଦୁଝରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଆନନ୍ଦପୁରକୁ ରେଳ ଲାଇନ ସଂଯୋଗ ହୋଇପାରିନାହିଁ। ଏନେଇ ବାରମ୍ବାର ସଂଘ ପକ୍ଷରୁ ରାଷ୍ଟ୍ରପତି, ଓଡ଼ିଶା ସରକାର, କେନ୍ଦ୍ର ସରକାର, ରେଳ ବିଭାଗକୁ ଅବଗତ କରାଗଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଏଣୁ ଶେଷରେ ଜଗତର କର୍ତ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଗୁହାରି ପାଇଁ ସେମାନେ ପହଞ୍ଚିଥିବା କହିଛନ୍ତି। ଶ୍ରୀଗୁଣ୍ଡଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ମା ଧନେଇ ସେବା ସଂଘର କର୍ମକର୍ତ୍ତାମାନେ ଦଣ୍ଡବତ ଯାତ୍ରା କରିଛନ୍ତି। ତାଙ୍କ ଗୁହାରି ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥ ଶୁଣିବେ ଓ ତାଙ୍କର କାର୍ଯ୍ୟ ହାସଲ ହେବ ବୋଲି ସଂଘର ସଭାପତି ବିଶ୍ବାସ ରଖିଥିବା କହିଛନ୍ତି।

Leave A Reply

Your email address will not be published.