ଢେଙ୍କାନାଳ ଆସିଲା କଟକ ନରହନ୍ତା ହାତୀ

ଢେଙ୍କାନାଳ ୨୯।୦୯ : ଢେଙ୍କାନାଳକୁ ଆସିଲା କଟକ ଜଗତପୁର ଅଞ୍ଚଳରେ ଉତ୍ପାତ ମଚାଇଥିବା ହାତୀ ।  ଟ୍ରାଙ୍କୁଲାଇଜ୍‌ ପରେ ହାତୀକୁ ଢେଙ୍କାନାଳ ଅଣାଯାଇଛି । ଖବର ଅନୁଯାୟୀ, ଦୁଇ ଦିନ ଧରି କଟକ ଜଗତପୁର ଅଞ୍ଚଳରେ ଉତ୍ପାତ ମଚାଇଥିବା ନରହନ୍ତା ହାତୀକୁ ବହୁ ଚେଷ୍ଟା ପରେ ଟ୍ରାଙ୍କୁଲାଇଜ୍‌ କରିଥିଲା ବନବିଭାଗ । ଏହାପରେ ଏକ ମିନିଟ୍ରକ ଡାଲାରେ ହାତୀକୁ ବୋଝଇ କରି ଢେଙ୍କନାଳ ଅଣାଯାଇଥିଲା l ଗୋଟିଏ ଦିନରେ ଦୁଇଟି ମଣିଷ ମାରିଥିବା ଏହି ହାତୀକୁ ଦେଖିବା ପାଇଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା l ହାତୀକୁ ବନବିଭାଗ କାଳେ  କେଉଁ ଜଙ୍ଗଲରେ ଛାଡ଼ିଦେବ ସେହି ଆଶଙ୍କାରେ ସ୍ଥାନେ ସ୍ଥାନେ ଲୋକେ ଛକି ରହିଥିଲେ l ଶେଷରେ ଏହି ହାତୀକୁ କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ରେସ୍କ୍ୟୁ ସେଣ୍ଟରରେ ରଖାଯାଇଛି l ଏକ ପ୍ରାଣୀ ଚିକିତ୍ସକ ଦଳ ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବନ କର୍ମଚାରୀମାନେ ନିରୀକ୍ଷଣ କରୁଛନ୍ତି l

Leave A Reply

Your email address will not be published.