ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି, ବଢିପାରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି

ଭୁବନେଶ୍ୱର ୩୦/୦୯: ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ବଢିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି । ଡେଡଲାଇନ ବଢାଇବାକୁ ସରକାର ପକ୍ଷରୁ ଦିଆଯାଇଛି ପ୍ରସ୍ତାବ । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ଗୋଟିଏ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ହାଇକୋର୍ଟକୁ ଜଣାଯାଇଛି । ତେବେ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ସରକାର । ସ୍ଲଟ ବୁକିଂ ପାଇଁ ପୋଷ୍ଟ ଅଫିସ୍ ଜନସେବା କେନ୍ଦ୍ରକୁ ସାମିଲ୍ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Leave A Reply

Your email address will not be published.