ଅଫିସ୍ ନ ଆସି ଦରମା ନେଉଥିଲେ ଅଫିସର; ସସ୍‌ପେଣ୍ଡ କଲେ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅଫିସ୍ ନ ଆସି ଦରମା ନେଉଥିଲେ ଅଫିସର। ନିଲମ୍ବିତ କଲେ ଉପମୁଖ୍ୟମନ୍ତ୍ରୀ। ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଡେପୁଟି ସିଏମ୍‌ଓ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି। ଅମରୋହା ଜିଲ୍ଲାରେ ନିଯୁକ୍ତ ସିଏମ୍ଓ ଡ. ଇନ୍ଦୁବାଳା ଶର୍ମା ଗତ ୬ ମାସ ହେଲା ଅଫିସ୍ ଆସୁନଥିଲେ। ହେଲେ ଦରମା ଟଙ୍କା ଉଠାଇ ନେଉଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ହେଉଥିଲା। ଅଫିସ୍‌ରେ ଉପସ୍ଥିତି ଜାହିର କରିବା ପାଇଁ ଆଟେଣ୍ଡାସ୍‌ଙ୍କ ସହଯୋଗରେ ଉପସ୍ଥାନ ଫାଇଲ୍‌ରେ ନକଲି ସିଗ୍‌ନେଚର କରିଦେଉଥିଲେ। ଏହି ଅଭିଯୋଗ ହେବା ପରେ ସିଏମ୍‌ଓ ସଞ୍ଜୟ ଅଗରୱାଲ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ବାଦ୍‌ ଦରମା ମଞ୍ଜୁର କରୁଥିବା ସନ୍ତୋଶ କୁମାରଙ୍କ ବିରୋଧରେ ବି କାର୍ଯ୍ୟନୁଷ୍ଠାନ ହୋଇଛି। ତା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।   

Leave A Reply

Your email address will not be published.