ମିଳିଲା ସମ୍ରାଟଙ୍କ ମୃତଦେହ

ପୁରୀ ୦୧।୧୦ : ନିଖୋଜ ଯୁବକଙ୍କ ମୃତଦେହ ଠାବ । ପୁରୀ ପେଣ୍ଠକଟା ସମୁଦ୍ରକୂଳରୁ ମିଳିଲା ମୃତଦେହ । ମୃତକ ପଶ୍ଚିମବଙ୍ଗ ତାରକେଶ୍ୱର ପାଲିର ସମ୍ରାଟ ମଣ୍ଡଲ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶୁକ୍ରବାର ସମୁଦ୍ରରେ ସ୍ନାନ କରୁଥିବା ସମୟରେ ହଠାତ୍‌ ଯୁବକ ଜଣଙ୍କ ପାଣିରେ ଭାସିଯାଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ଶନିବାର ଦିନ ସକାଳ ସମୟରେ ପୁରୀ ପେଣ୍ଠକଟା ସମୁଦ୍ରକୂଳରୁ ସମ୍ରାଟଙ୍କ ମୃତଦେହ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ  ଜାରି ରଖିଛି । ତେବେ  ଗଭୀର ସମୁଦ୍ରକୁ ଭିତରକୁ ଯାଇ ଗାଧୋଇବା ଦ୍ୱାରା ଏପରି ହୋଇଥିବା ଅନୁମାନ କରାଯାଉଛି ।  

Leave A Reply

Your email address will not be published.