ଭୁବନେଶ୍ୱର : ଦେଶରେ ସବୁ ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଥିବାବେଳେ ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସନ୍ଧାନୀ କୁକୁର ସାହାଯ୍ୟରେ ତନ୍ନତନ୍ କରି ଯାଞ୍ଚ କରାଯାଉଛି । ବିଭିନ୍ନ ସ୍ଥାନରେ CISF ଯବାନ ମୁତୟନ ରହିଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଏପଟେ ବିମାନ ବନ୍ଦର ବାହାରେ ମିଳିଛି ସନ୍ଦିଗ୍ଧ ବ୍ୟାଗ୍ । ଲଗେଜ ଟ୍ରଲିରେ ରହିଥିଲା ବ୍ୟାଗ । ବ୍ୟାଗ୍ କୁ ଯାଞ୍ଚ କଲା ଡଗ୍ ଓ ବମ୍ ସ୍କ୍ବାଡ ଟିମ୍ । ଯାଞ୍ଚ ପରେ ସନ୍ଦିଗ୍ଧ ବ୍ୟାଗ ଜବତ କଲା ପୋଲିସ । ଯାଞ୍ଚ ପରେ ଏହା ଜଣେ ହାଇଦ୍ରାବାଦର ଯାତ୍ରୀଙ୍କ ବ୍ୟାଗ ବୋଲି ଜଣାଯାଇଛି ।
