ସମ୍ବଲପୁର: ଭାରତ ମାତା କି ଜୟ… ବନ୍ଦେ ମାତରମ ନାରାରେ କମ୍ପୁଛି ସମଗ୍ର ଅଞ୍ଚଳ । ସମସ୍ତଙ୍କ ମୁହଁରେ ଭାରତୀୟ ସେନାଙ୍କ ପ୍ରଶଂସା । ଗତକାଲି ରାତିରେ ଭାରତୀୟ ସେନା ଯେଉଁଭଳି ଭାବେ ପାକିସ୍ତାନର ସମସ୍ତ ଆକ୍ରମଣର ପାଲଟା ଜବାବ ଦେଇଥିଲା ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ପାକିସ୍ତାନ ଉପରେ ଭାରତର ଘନ ଘନ ଆକ୍ରମଣର ଖୁସି ମନାଇଛନ୍ତି ଭାରତର ପୂର୍ବତନ ସୈନିକ । ସମ୍ବଲପୁରର ସହିଦ ଛକ ନିକଟରେ କିଛି ଅବସରପ୍ରାପ୍ତ ସୈନିକ ସେମାନଙ୍କ ପୁରୁଣା ସୈନିକ ଡ୍ରେସ ପିନ୍ଧି ବେଶ ଖୁସି ମନାଇଛନ୍ତି । ଅପେରସନ ସିନ୍ଦୂର ପରେ ପାକିସ୍ତାନ ଭାରତର କିଛି ଅଞ୍ଚଳରେ ଆକ୍ରମଣ କରିଥିଲା । ଯାହାଫଳରେ କିଛି ସାଧାରଣ ଲୋକଙ୍କ ସମେତ କିଛି ସୈନିକଙ୍କ ମୃତ୍ୟୁ ହୋଇଥିଲା । ଯାହାର ବଦଲା ଭାରତ ଏପରି ଭାବେ ନେଇଛି ଯେ ସାରା ବିଶ୍ୱ ଚକିତ ହୋଇଛି । ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ପଣ୍ଡ କରି ନିଜର ଶକ୍ତି ପ୍ରଦର୍ଶନ କରିଛି ଭାରତ । ଗତକାଲି ରାତିରେ ପାକିସ୍ତାନ ଭାରତର ବିଭିନ୍ନ ସହରରେ ଲଗାତାର ବିମାନ ଆକ୍ରମଣ କରିଥିଲା, କିନ୍ତୁ ଭାରତ ଏହାର ପ୍ରତ୍ୟେକ ପ୍ରୟାସକୁ ବିଫଳ କରିଥିଲା । ଆଗାମୀ ସମୟରେ ମଧ୍ୟ ପୂରା ଫୋର୍ସର ସହ ପାକିସ୍ତାନକୁ ଜବାବ ଦିଆଯିବ ବୋଲି କହିଛି ଭାରତୀୟ ଆର୍ମୀ ।ଯାହାକୁ ନେଇ ଖୁସି ପାଳନ କରିଛନ୍ତି ଭାରତର ପୂର୍ବତନ ସୈନିକ ମାନେ । ଗତକାଲି ରାତିରେ ପାକିସ୍ତାନ ଭାରତର ବିଭିନ୍ନ ସହରରେ ଲଗାତାର ବିମାନ ଆକ୍ରମଣ କରିଥିଲା, କିନ୍ତୁ ଭାରତ ଏହାର ପ୍ରତ୍ୟେକ ପ୍ରୟାସକୁ ବିଫଳ କରିଥିଲା । ଆଗାମୀ ସମୟରେ ମଧ୍ୟ ପୂରା ଫୋର୍ସର ସହ ପାକିସ୍ତାନକୁ ଜବାବ ଦିଆଯିବ ବୋଲି କହିଛି ଭାରତୀୟ ଆର୍ମୀ । ଯାହାକୁ ନେଇ ଏବେ ସମଗ୍ର ଦେଶବାସୀ ବେଶ ଖୁସି ଏବଂ ଗର୍ବିତ ଅଛନ୍ତି । ଏନେଇ ସମ୍ବଲପୁରର ପୂର୍ବତନ ସୈନିକମାନେ ଜୟ ହିନ୍ଦର ନାରା ଲଗାଇ ଖୁସି ପାଳନ କରିଛନ୍ତି ।