ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା

ନୂଆଦିଲ୍ଲୀ ୦୧/୧୦: ଦୀର୍ଘ ସମୟ ଅପେକ୍ଷାର ଅନ୍ତ । ଆଜିଠୁ ଆରମ୍ଭ ହେଲା ସାରା ଦେଶରେ 5G ସେବା । ଏହି ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନମେଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭାରତୀୟ ମୋବାଇଲ୍ କଂଗ୍ରେସ ୨୦୨୨ ଆରମ୍ଭ କରିଛନ୍ତି । ଅତ୍ୟାଧୁନିକ ଟେଲିକମ୍ ସର୍ଭିସ ସହ ଭାରତ ମଧ୍ୟ ସେହି ଦେଶ ତାଲିକାରେ ଯୋଡିହେଲା, ଯେଉଁଠି 5G ସେବା ଉପଲବ୍ଧ ହେଉଥିଲା । ପ୍ରଥମ ପର୍ଯ୍ୟାୟରେ ଏହା ୧୩ଟି ସହରରେ ଆରମ୍ଭ ହୋଇଛି । ଏୟାରଟେଲ ପକ୍ଷରୁ ବାରାଣସୀ ଓ ଜିଓ ପକ୍ଷରୁ ଅହମ୍ମଦାବାଦରେ 5-G ନେଟୱର୍କ ସେବା ଆରମ୍ଭ ହେବ । ଆଜିର ଏହି 5-G ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଶିଷ୍ଟ ଶିଳ୍ପପତୀ ମୁକେଶ ଅମ୍ୱାନୀ ଓ ପୁଅ ଆକାଶ ଅମ୍ୱାନୀ ପ୍ରମୁଖ ସାମିଲ ହୋଇଥିଲେ । ପ୍ରଥମେ ମେଟ୍ରୋ ସହରରେ ଏହି ସେବା ଆରମ୍ଭ ହେବ । ପରେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଏହା ଅନ୍ୟ ସହରରେ ଆରମ୍ଭ କରାଯିବ । ଅକ୍ଟୋବର ପହିଲାରୁ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ମୋବାଇଲ୍ କଂଗ୍ରେସ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.