ବକ୍ସ ଅଫିସ୍‌ରେ ଏକାଠି ଟକ୍କର ଦେବେ ଦୁଇ ରଣବୀର

ମୁମ୍ଵାଇ ୦୩।୧୦: ଦୀର୍ଘ ଦିନ ଧରି ବଲିଉଡ୍‌ରେ ନଜର ଆସି ନାହାନ୍ତି ରଣବୀ ସିଂ ଏବଂ ରଣବୀର କପୁର।  କିନ୍ତୁ ସଭିଏଁ ଚାହୁଁଛନ୍ତି ଦୁହେଁ ଏକ ଚଳଚ୍ଚିତ୍ରରେ କେବେ ମୁହାଁମୁହିଁ ହେବେ? ହେଲେ ଖବର ପ୍ରକାଶ ପାଇଛି ଯେ ନିର୍ମାତା- ସଞ୍ଜୟ ଲୀଲା ଭନସାଲୀ ଏଥିପାଇଁ ଏକ ଯୋଜନା କରିଛନ୍ତି । ତାଙ୍କ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ଦେବଦାସଙ୍କ ସମୟରୁ ତାଙ୍କ ସହ କାମ କରୁଥିବା ଲେଖକ ପ୍ରକାଶ କପଡିଆ ଏହି ସ୍କ୍ରିପ୍ଟ ଲେଖିଥିବାବେଳେ ଭନସାଲୀ ବର୍ତ୍ତମାନ ତାଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ହିରାମଣ୍ଡିରେ କାମ କରୁଛନ୍ତି। ଏହା ହେଉଛି ଏକ ୱେବସିରିଜ୍‌। ଯାହା ଆସନ୍ତା ବର୍ଷ ୨୦୨୩ରେ ନେଟଫ୍ଲିକ୍ସରେ ଆସିବ । କିନ୍ତୁ ମଝିରେ କପାଡିଆ ବେଜୁ-ବାୱାର ପଟକଥା ଫିଲ୍ମର ସ୍କ୍ରିପ୍ଟ ଶେଷ କରିଛନ୍ତି । ରଣବୀର କପୁର ଏବଂ ରଣବୀର ସିଂ ଏଥିରେ ଅଭିନୟ କରିବାର ସମ୍ଭାବନା ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ ରଣବୀର କପୁରଙ୍କୁ ତାଙ୍କ ପତ୍ନୀ ଆଲିଆ ଭଟ୍ଟ ଏହି ଚଳଚ୍ଚିତ୍ରରେ କାମ କରିବାକୁ ପ୍ରବର୍ତ୍ତାଇଛନ୍ତି। ରଣବୀର ଭନସାଲୀଙ୍କ ଫିଲ୍ମ ସାୱାରିୟା ସହିତ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କ ପ୍ରତି ଯେଉଁଭଳି ବ୍ୟବହାର କରିଥିଲେ । ତାଙ୍କୁ ବହୁତ ଆଘାତ ଦେଇଥିଲା। ଏକ ସମୟ ଆସିଗଲା ଯେତେବେଳେ ସେ ଫିଲ୍ମ ମଝିରେ ଛାଡିବାକୁ ସ୍ଥିର କରିଥିଲେ। ଆଲିଆ ଚଳିତ ବର୍ଷ ଭନସାଲୀଙ୍କ ସହ ଗଙ୍ଗୁବାଇ କାଠିଆୱାଡି ପରି ଫିଲ୍ମ ଦେଇଥିଲେ।

Leave A Reply

Your email address will not be published.