ଅନୁଗୁଳ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ ୦୫/୧୦: ଆଜି ଅନୁଗୁଳ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେର ମୁନିସିପାଲଟିର ୧୮ ନମ୍ବର ୱାର୍ଡରେ ଏକ କଲ୍ୟାଣ ମଣ୍ଡପର ଭୂମିପୂଜନ ଉତ୍ସବରେ ସାମିଲ ହେବେ । ଅପରାହ୍ନ ୪ଟା ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସନ୍ଧ୍ୟା ୭ଟାରେ ତାଳଚେର ସାଉଥବଲଣ୍ଡାରେ ରାବଣ ପୋଡି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେଣୁ ରାବଣ ପୋଡି ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଛି । ଏହା ପରେ କେନ୍ଦ୍ରମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.