ଭାରସାମ୍ୟ ହରାଇ ପୋଲରୁ ୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍‌ପର ମୃତ

ରାଉରକେଲା, ୦୫।୧୦ : ଭାରସାମ୍ୟ ହରାଇ ଏକ ୧୪ ଚକିଆ ଟ୍ରକ ପୋଲରୁ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ସହ ହେଲପରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକ ଦୁହିଁଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ । ଲୁହା ପଥର ବୋଝେଇ ଟ୍ରକ୍‌ଟି କୋଇଡାରୁ ରାଜାମୁଣ୍ଡା ଆଡକୁ ଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡା କାଲଟା ପାଣ୍ଡି ରଲେଇ କ୍ୟାମ୍ପ୍‌ ନିକଟ ପୋଲରୁ ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ିଥିବା ସୂଚନା ମିଳିଛି ।

Leave A Reply

Your email address will not be published.