ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ

ଭଦ୍ରକ ୦୭/୧୦: ନଭେମ୍ୱର ୩ ତାରିଖରେ ଧାମନଗର ଉପନିର୍ବାଚନ । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୭ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ । ନଭେମ୍ବର ମାସ ୩ ତାରିଖ ଦିନ ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥରେ ମତଦାନ ହେବ । ନଭେମ୍ବର ୬ ତାରିଖରେ ହେବ ଭୋଟ ଗଣତି । ନଭେମ୍ବର ୮ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ସାରିବା ପାଇଁ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି ।

Leave A Reply

Your email address will not be published.