ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର

ଚାନ୍ଦବାଲୀ ୦୭/୧୦: ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର । ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ମାଛ ମାରୁଥିବା ଟ୍ରଲରଟି ସମ୍ପୂର୍ଣ ପୋଡି ଯିବା ପରେ ବଙ୍ଗୋପ ସାଗର ମଧ୍ୟରେ ବୁଡି ଯାଇଥିଲା । ଏହି ଟ୍ରଲରଟି ବୁଡିଯାଉଥିବା ବେଳେ ଏଥିରେ ଥିବା ୧୦ଜଣ ଧୀବର ନିଜର ଜୀବନ ବଞ୍ଚାଇବାକୁ ଯାଇ ସମୁଦ୍ର ମଧ୍ୟକୁ ଲାଇଫ ଜ୍ୟାକେଟ ପିନ୍ଧି ଡେଇଁପଡ଼ିଥିଲେ । ପରେ ସେମାନଙ୍କୁ ସୁନା ତାରିଣୀ ନାମକ ଟ୍ରଲର ସମୁଦ୍ର ମଧ୍ୟରୁ ଉଦ୍ଧାର କରିଥିଲେ । ଏହି ଟ୍ରଲରଟି ସେହି ୧୦ଜଣ ଧୀବରଙ୍କୁ ନେଇ ରାତି ୯ଟା ସମୟରେ ଧାମରା ନିକଟସ୍ଥ କାଳୀନାଳୀ ଠାରେ ପହଞ୍ଚିଥିଲା । ଅଗ୍ନିକାଣ୍ଡରେ ସମ୍ପୂର୍ଣ ନଷ୍ଟ ହୋଇ ବୁଡ଼ିଯାଇଥିବା ପଦ୍ମାବତୀ ଟ୍ରଲରର ମାଲିକ ସମରେଶ ପରିଡା ଆସି ସମୁଦ୍ର କୂଳରୁ ସେମାନଙ୍କୁ ନେଇ ଧାମରା ମେଡିକାଲରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବର୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାଯାଇଛି । ଦୀର୍ଘ ୧୦ ଘଣ୍ଟା ପରେ ସମସ୍ତ ଧୀବର ନିଜ ଘରକୁ ସମ୍ପୂର୍ଣ ସୁସ୍ଥ । ଜୀବିତ ଅବସ୍ଥାରେ ଫେରି ଆସିଥିବାରୁ ସେମାନଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । ତେବେ ୧କୋଟି ଟଙ୍କା ମୂଲ୍ୟର ଟ୍ରଲର ହରାଇ ସମରେଶ ନିଜର ଭାଗ୍ୟକୁ ଦୋଷ ଦେଉଛନ୍ତି ।

Leave A Reply

Your email address will not be published.