ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

ଫୁଲବାଣୀ : ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି l ଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡି ନେତା ବିଜୟ ନାୟକଙ୍କୁ ଦଳ ନୂତନ ଭାବେ ନିଯୁକ୍ତି ଦେଇଛି l ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ଦେଶ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଆଜି ଏହି ନିଯୁକ୍ତି ଦେଇଛନ୍ତି l ବିଜୟ ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ l ସେ ବିଜେଡ଼ିର ସାଧାରଣ ସମ୍ପାଦକ ଅଛନ୍ତି l ଏଥି ପୂର୍ବରୁ ସେ ଢେଙ୍କାନାଳ ଜିଲା ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ରହିଥିଲେ l ବିଜୟଙ୍କ ନିଯୁକ୍ତି ଦେବା ପରେ ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର କର୍ଣ, ନଗର ସଭାପତି ସୁଧୀର କହଁର, ନଗର ଯୁବ ବିଜେଡି ସଭାପତି ପାର୍ଥ ବିଶ୍ୱାଳ, ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ସଂଖ୍ୟାଲଘୁ ସମ୍ପ୍ରଦାୟ ନେତା ମହମଦ ୟାସୀନଙ୍କ ସମେତ ବହୁ ବିଜେଡି ନେତା ଓ ବିଧାୟକ ମାନେ ସ୍ୱାଗତ ଜଣାଇଛନ୍ତି l ବିଜୟଙ୍କ ନେତୃତ୍ୱରେ ଜିଲାରେ ସଂଗଠନ ଅଧିକ ସୁଦୃଢ ହେବା ସହ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ ପୂର୍ବାପେକ୍ଷା ଭଲ କରିବ ଓ ପୂର୍ବାପେକ୍ଷା ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ଏହି ନେତାମାନେ ଆଶା ପ୍ରକଟ କରିଛନ୍ତି l

Leave A Reply

Your email address will not be published.