ଖେଳିବାକୁ ମନାକଲେ ମାଆ, ଲୁଗା ଲଗାଇ ଝୁଲିପଡିଲେ ଦଶମ ଶ୍ରେଣୀ ଛାତ୍ରୀ

କୋଣାର୍କ ୭/୧୦: ଖେଳିବାକୁ ନଯିବାକୁ ଦେବାରୁ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ରୀ । ଏମିତି ଅନୁମାନ ଲଗାଇଛି କୋଣାର୍କ ପୋଲିସ । ସୂଚନା ଥାଉକି କୋଣାର୍କ ଥାନା ଅଧିନ କାନରା ବ୍ୟାଙ୍କ ଗଳିରେ ୧୦ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ପୋଲିସ ସନ୍ଦେହ ଘେରରେ । ଗତକାଲି ଦାମୋଦର ଉଚ୍ଚ ବାଳିକା ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀ ଗୁନୁମୁନୁ ଜେନା ବର୍ଷ କୁମାର ପୂର୍ଣ୍ଣିମା ପାଇଁ ଖେଳିବାକୁ ଗାଁକୁ ଯିବାପାଇଁ ନିଜ ମାଙ୍କୁ କହିଥିଲା । ହେଲେ ପାଠପଢା ରାତିରେ ଖେଳିବାକୁ ଯାଇପାରିବୁନି ବୋଲି ବାରଣ କରିଥିଲେ ମା । ଏତିକିରେ ଗୁନୁମୁନୁଙ୍କ ରାଗ ପଞ୍ଚମ ହୋଇଗଲା । ମାଆ ବାରଣ କୁ ନେଇ ମାଙ୍କ ସହ ଝଗଡା କରିଥିଲେ ଛାତ୍ରୀ । ମା ରାଜି ନ ହେବାରୁ ଛାତ୍ରୀ ଗୁନୁମୁନୁ ନିଜ ଘରେ ନିଜ ମା ଲୁଗା ସାହାଯ୍ୟ ଫ୍ୟାନରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ସେ ସମୟରେ ବାପା ନିରଞ୍ଜନ ଯେନା ଚିକେନ୍ ଦୋକାନରେ ଥିବା ବେଳେ ମା ଠାକୁର ଦର୍ଶନ କରିବା ଲାଗି ସତ୍ୟସାଇ ମନ୍ଦିର ଯାଇଥିଲେ । ମନ୍ଦିରରୁ ମା ଆସି ଦେଖିବା ବେଳକୁ ଝିଅ ଫ୍ୟାନ୍ ରେ ଝୁଲୁଥିଲା ଝିଅ । ଝିଅର ଏପରି ଅବସ୍ଥା ଦେଖି ସ୍ବାମୀ କୁ ଫୋନ କରି ଡାକିଥିଲେ ମାଆ । ଝିଅଟିର ବାପା ନୀରଞ୍ଜନ ଘରେ ପହଞ୍ଚି ତୁରନ୍ତ ଝିଅର ବେକ ରୁ ଲୁଗା ଖୋଲି ଗୋପ ମେଡିକାଲ ନେଇଥିଲେ। ସେଠାରେ ଡାକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଖବର ପାଇଁ କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ସହ ଏକ ଟିମ୍ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି । ଯେଉଁ ଘରେ ଗୁନୁମୁନୁ ଆତ୍ମହତ୍ୟା କରିଛନ୍ତି ପୋଲିସ ପହଞ୍ଚି ଘରକୁ ଯାଞ୍ଚ କରିବା ପରେ ସାଇଣ୍ଟିଫିକ୍ ଟିମି ଆଣି ତଦନ୍ତ କରୁଛି । ତେବେ ପ୍ରକୃତରେ ଏହା ଆତ୍ମହତ୍ୟା ନାଁ ଆଉ କିଛି ସନ୍ଦେହ ଘେରରେ । କୋଣାର୍କ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.