ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ରେ ଚାଲିଛି ବେଆଇନ କାର୍ଯ୍ୟ

ଚଣ୍ଡିଗଡ଼: ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌(ପିସିଏ)ରେ ଚାଲିଛି ବେଆଇନ କାମ। ନୂଆ ସଦସ୍ୟ ପଦ ପାଇଁ ଅଫରରେ ବେଆଇନ କାର୍ଯ୍ୟ କରୁଛନ୍ତି ପିସିଏ ଅଧ୍ୟକ୍ଷ। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପଞ୍ଜାବ କ୍ରିକେଟ ଆସୋସିଏସନ୍‌ର ମୁଖ୍ୟ ଉପଦେଷ୍ଟା ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ସ୍ପିନର ହରଭଜନ ସିଂହ। ବେଆଇନ କାର୍ଯ୍ୟ ରୋକିବାକୁ ସେ ପିସିଏର ସମସ୍ତ କର୍ମକର୍ତ୍ତାଙ୍କୁ ଦୃଢ଼ ଭାବେ ଛିଠି ଲେଖି ଜଣାଇଛନ୍ତି। ପିସିଏର ଅଖଣ୍ଡତା ବଜାଇ ରଖିବା ପାଇଁ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଆଗେଇ ଆସିବ ଦରକାର ବୋଲି ହରଭଜନ ଚିଠିରେ କହିଛନ୍ତି। ବିଶ୍ୱକପ୍‌ ବିଜେତା ଟିମ୍‌ର ସ୍ପିନର ତଥା ରାଜ୍ୟସଭା ସାଂସଦ ଥିବା ହରଭଜନ ସିଂହ କହିଛନ୍ତି ଯେ ସେ ଗତ ୧୦ ଦିନ ହେଲା ପିସିଏ ଅଧ୍ୟକ୍ଷ ଗୁଲଜରିନ୍ଦର ସିଂହ ଚହଲଙ୍କ ବିରୋଧରେ ଅଭିଯୋଗ ଶୁଣିଆସୁଛନ୍ତି। ଚହଲ ବେଆଇନ୍ କାର୍ଯ୍ୟର ସାହାର ନେଉଛନ୍ତି ବୋଲି ହରଭଜନଙ୍କ ପାଖରେ ଅଭିଯୋଗ ହୋଇଛି। ଯାହା କ୍ରିକେଟ୍ ପ୍ରଶାସନ ଏବଂ ସ୍ୱଚ୍ଛତା ବିରୋଧୀ ବୋଲି ହରଭଜନ ସିଂହ କହିଛନ୍ତି। ଏନେଇ ଗତକାଲି ଲୋକପାଳରେ ଅଭିଯୋଗ ଦାୟର କରାଯାଇଛି ବୋଲି ହରଭଜନ ଚିଠିରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.