ବିଶ୍ଵ କପ୍‌ ପାଇଁ ଫିଟ୍ ହେଲେ ପାକିସ୍ତାନର ଏହି ଷ୍ଟାର ବୋଲର

ଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ୨୦୨୨କୁ ଆଉ ଅଳ୍ପ ଦିନ ବାକି ରହିଛି। ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ଆସିଛି ଖୁସିର ଖବର। ଦଳର ତାରକା ବୋଲର ଶାହିନ ଶାହ ଆଫ୍ରିଦି ଫିଟ୍ ଘୋଷିତ ହୋଇଛନ୍ତି। ସେ ଭାରତ ବିପକ୍ଷ ଅକ୍ଟୋବର ୨୩ରେ ହାଇଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନ ବୋଲିଂର ନେତୃତ୍ଵ ନେବାକୁ ପ୍ରସ୍ତୁତ। ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି, ଶାହିନ ଶାହ ଆଫ୍ରିଦ ଆଣ୍ଠୁଜନିତ ସମସ୍ୟାରୁ ମୁକୁଳିଛନ୍ତି। ସେ ବିଶ୍ଵ କପ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ(ଏମସିଜି)ରେ ଭାରତ ବିପକ୍ଷରେ ଅକ୍ଟୋବର ୨୩ରେ ପାକିସ୍ତାନ ତାର ପ୍ରଥମ ମୁକାବିଲା ଖେଳିବ। ଆଫ୍ରିଦି ଆହତ କାରଣରୁ ଇଂଲଣ୍ଡ ସିରିଜ୍ ଏବଂ  ଏସିଆ କପ୍‌ରୁ ବଞ୍ଚିତ ହୋଇଥିଲେ। ତେବେ ଦଳ ପାଇଁ ଚିନ୍ତାର ଖବର ଲେଗ୍ ସ୍ପିନର ଉସ୍ମାନ କାଦିର ଆହତ ହୋଇଛନ୍ତି। ରମିଜ ରାଜା କହିଛନ୍ତି, ଲେଗ ସ୍ପିନର ଉସ୍ମାନ କାଦିର ଆହତ ହୋଇଛନ୍ତି। ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ଦଳରେ କଣ ବିକଳ୍ପ ରହିଛି ଦେଖିବାକୁ ପଡିବ। ଫକର ଜମାନ ମଧ୍ୟ ଆହତଜନିତ ସମସ୍ୟାରୁ ମୁକୁଳୁଛନ୍ତି। ତେଣୁ ବିଚାର ବିମର୍ଶ କରି ବଦଳ ଖେଳାଳି ଚୟନ କରାଯିବ ବୋଲି ରମିଜ ରାଜା କହିଛନ୍ତି।

Leave A Reply

Your email address will not be published.