ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଭଞ୍ଜନଗର ୦୮।୧୦ : ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ । ମୃତ ମହିଳାଙ୍କ ନାମ ତ୍ରିବେଣୀ ନାୟକ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଗଜାପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ତ୍ରିବେଣୀ ନିଜ ପୁଅ ସନା ନାୟକଙ୍କ ସହିତ ଘରେ ରୁହନ୍ତି । ଶୁକ୍ରବାର ରାତିରେ ମା-ପୁଅଙ୍କ ମଧ୍ୟରେ ଟଙ୍କା ନେଣଦେଣ ନେଇ ପାଟିତୁଣ୍ଡ ଲାଗିଥିଲା । ହେଲେ ଶନିବାର ସକାଳଙ୍କୁ ମାଙ୍କ ମୃତଦେହ ଘରେ ପଡିଥିବା ଦେଖିଥିଲେ ପଡୋଶୀ ଲୋକେ । ଏନେଇ ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତ୍ରିବେଣୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଘଟଣାରେ ପୁଅକୁ ଅଟକ ରଖିଛି ପୋଲିସ । ଟଙ୍କା ପାଇଁ ପୁଅ ମାକୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ତେବେ ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ହତ୍ୟାକାଣ୍ଡ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Leave A Reply

Your email address will not be published.