ଯଶପ୍ରୀତ ବୁମରାଙ୍କ ପରେ ଦୀପକ ଚହର ବି ଆହତ

ନୂଆଦିଲ୍ଲୀ: ଭାରତୀୟ ଦଳକୁ ପୁଣି ଲାଗିପାରେ ଜୋରଦାର ଝଟକା। କାରଣ ଦଳକୁ ଛାଡୁନି ଖେଳାଳିଙ୍କ ଆହତଜନିତ ସମସ୍ୟା। ଲକ୍ଷ୍ନୌରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ ସମୟରେ ଦୀପକ ଚହରଙ୍କୁ ଆଘାତ ଲାଗିଥିଲା। ଏବେ ତାଙ୍କର ପରବର୍ତ୍ତୀ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାର ସମ୍ଭାବନା କମ ରହିଛି। ଚହର ପ୍ରଥମ ଦିନିକିଆ ବି ଖେଳିନଥିଲେ। ଉକ୍ତ ମ୍ୟାଚ୍‌ରେ  ଭାରତ ୯ ରନରେ ପରାସ୍ତ ହୋଇଥିଲା। ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ଦୀପକ ଚହରଙ୍କ ଗୋଇଠି ମୋଡି ହୋଇ ଯାଇଛି। ମାତ୍ର ଆହତ ସେତେଟା ଗମ୍ଭୀର ନୁହେଁ। କେବଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ତେଣୁ ଦଳ ପ୍ରବନ୍ଧକ ଏହି ନିଷ୍ପତ୍ତି ନେବେ ଯେ, ଚହରଙ୍କୁ ଖେଳାଇବା ଉଚିତ୍ ହେବ କି ନାହିଁ। କାରଣ ଦୀପକ ଚହର ଟି-୨୦ ବିଶ୍ଵ କପ୍‌ରେ ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ସାମିଲ୍। ଯଦି ଅଷ୍ଟ୍ରେଲିଆରେ ଚହରଙ୍କ ଗୁରୁତ୍ଵ ରହିଛି ତେବେ ତାଙ୍କର ଆହତ ସମସ୍ୟାକୁ ବର୍ତ୍ତମାନ ପ୍ରାଥମିକତା ଦେବାକୁ ପଡିବ। ବର୍ତ୍ତମାନ ଟି-୨୦ ବିଶ୍ଵକପ୍ ଦଳରେ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଦଳରେ ସାମିଲ୍ କରାଯିବ। ଶାମି ଧିରେ ଧିରେ ଫିଟ୍ ହେବାରେ ଲାଗିଛନ୍ତି ଏବଂ ତାଙ୍କର ଆଗାମୀ ତିନିରୁ ଚାରି ଦିନରେ ଅଷ୍ଟ୍ରେଲିଆ ଗସ୍ତ କରିବାର ଆଶା ରହିଛି।

Leave A Reply

Your email address will not be published.