ବଡ଼ ଯୋଜନା କରୁଛନ୍ତି ଅମିତ୍ ଶାହ

ନୂଆଦିଲ୍ଲୀ: ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଆସନ୍ତା ଅକ୍ଟୋବର ୨୭ ଏବଂ ୨୮ରେ ସବୁ ରାଜ୍ୟର ଗୃହମନ୍ତ୍ରୀଙ୍କୁ ବୈଠକ ପାଇଁ ଡକାଇଛନ୍ତି । ଏହି ଚିନ୍ତନ ବୈଠକ ସୁରଜକୁଣ୍ଡରେ ଆୟୋଜିତ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟର ଗୃହମନ୍ତ୍ରୀମାନଙ୍କୁ ଚିଠି ଲେଖି ବୈଠକକୁ ଡିଜିପି ଏବଂ ଗୃହ ସଚିବଙ୍କ ସହ ଆସିବାକୁ କହିଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ସବୁଠୁ ଭିନ୍ନ ତଥା ସମ୍ଭବତଃ ଏହିପରି ପ୍ରଥମ ବୈଠକ ହେବ, ଯେଉଁଥିରେ କେନ୍ଦ୍ର ଏବଂ ରାଜ୍ୟର ଗୃହମନ୍ତ୍ରୀ ମିଶି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଆହ୍ୱାନକୁ ମୁକାବିଲା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ । ସାଧାରଣତଃ ଡିଜିପିମାନଙ୍କ ବୈଠକ ହୋଇଥାଏ କିମ୍ୱା ଗୃହମନ୍ତ୍ରୀ ଆତଙ୍କବାଦ ପରି ପ୍ରସଙ୍ଗରେ ସମ୍ୱନ୍ଧିତ ରାଜ୍ୟର ସହ ବୈଠକ କରିଥାନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଅନେକ ରାଜ୍ୟରେ ପିଏଫଆଇ ବିରୋଧରେ ଯାଞ୍ଚ ଏଜେନ୍ସି ଗୁଡିକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସଂଗଠନ ଉପରେ ପାଞ୍ଚ ବର୍ଷର ପ୍ରତିବନ୍ଧକ ଲାଗୁ କରାଯିବା ପୂର୍ବରୁ ଦେଶର ଅନେକ ରାଜ୍ୟରେ ଆଲର୍ଟ ଜାରି ପିଏଫଆଇର ଶହ ଶହ ନେତାଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.