ପଦ ଛାଡିବେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷକୁ ନେଇ ଶୀଘ୍ର ଘୋଷଣା ହୋଇପାରେ। ଏ ନେଇ ଗୁରୁବାର ବୋର୍ଡର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଦିଲ୍ଲୀରେ ଆୟୋଜିତ ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହ, ଉପାଧ୍ୟକ୍ଷ ରାଜୀବ ଶୁକ୍ଳା, ପୂର୍ବତନ ଅଧ୍ୟକ୍ଷ ଏନ ଶ୍ରୀନିବାସନ, କୋଷାଧ୍ୟକ୍ଷ ଅରୁଣ ଧୁମଲ, ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ୍ ସମେତ ଅନେକ ବଡ ଅଧିକାରୀ ଉପସ୍ଥିତ ଥିଲେ। ଏମିତିରେ ଗାଙ୍ଗୁଲି ନିଜର ପଦ ଛାଡିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି ଏବଂ ବୋର୍ଡକୁ ନୂତନ ଅଧ୍ୟକ୍ଷ ମିଳିପାରେ। ତେବେ ଅଧ୍ୟକ୍ଷ ହେବା ଦୌଡରେ ଜୟ ଶାହଙ୍କ ନାମ ନାହିଁ। ଏଥିରେ ସାମିଲ୍ ଜଣେ ବିଶ୍ଵ ଚାମ୍ପିଅନ ଖେଳାଳିଙ୍କ ନାମ। ଏଏନଆଇ ଅନୁଯାୟୀ, ୧୯୮୩ ବିଶ୍ଵ କପ୍ ବିଜେତା ଦଳର ସଦସ୍ୟ ପୂର୍ବତନ ବରିଷ୍ଠ ଖେଳାଳି ରୋଜର ବିନ୍ନି ଗାଙ୍ଗୁଲିଙ୍କ ସ୍ଥାନରେ ବିସିସିଆଇର ଅଧ୍ୟକ୍ଷ ହୋଇ ପାରନ୍ତି। ସେ ଏହି ଦୌଡରେ ବର୍ତ୍ତମାନ ଆଗରେ ଅଛନ୍ତି। ଶୀଘ୍ର ଏହା ଉପରେ ଆନୁଷ୍ଠାନିକ ମୋହର ଲାଗିପାରେ।

Leave A Reply

Your email address will not be published.