‘ସବୁଠୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ’, ଜନସଂଖ୍ୟା ଅସନ୍ତୁଳନ ଉପରେ ଅସଦୁଦ୍ଦିନ ଓୱେସୀଙ୍କ ବୟାନ

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଭାରତରେ ଧାର୍ମିକ ଅସନ୍ତୁଳନ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ, ବରଂ କମୁଛି । ସୂଚନାଯୋଗ୍ୟ, ବିଜୟାଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାବଗତ ନିଜ ଅଭିଭାଷଣରେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, ଜନସଂଖ୍ୟା ଅସନ୍ତୁଳନ ପ୍ରସଙ୍ଗକୁ ଅଣଦେଖା ନ କରାଯିବା ଉଚିତ୍ । ଏକ ଜନସଭା ସମୟରେ ଓୱେସୀ କହିଛନ୍ତି, ‘ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ । ତୁମେ ଅଜଥାରେ ଚିନ୍ତାରେ ପକାଅ ନାହିଁ, ବଢୁ ନାହିଁ । ଆମ ଜନସଂଖ୍ୟା କମୁଛି…। ମୁସଲମାନଙ୍କ ଟିଆଫଆର କମୁଛି…’। ସେ କହିଛନ୍ତି, ‘ଦୁଇ ସନ୍ତାନ ଜନ୍ମ କରିବା ଭିତରେ ସବୁଠୁ ଅଧିକ ବ୍ୟବଧାନ ମୁସଲମାନ ରଖନ୍ତି । ସେ ପ୍ରଶ୍ନ କରିଛନ୍ତି, ସବୁଠୁ ଅଧିକ କଣ୍ଡୋମ କିଏ ବ୍ୟବହାର କରୁଛି, ଆମେ ବ୍ୟବହାର କରୁଛୁ । ମୋହନ ଭାଗବତ ଏହା ଉପରେ କହିବେ ନାହିଁ’।

Leave A Reply

Your email address will not be published.