ହ୍ରିତିକ୍‌ଙ୍କୁ ପୁଣି ଟାର୍ଗେଟ୍ କଲେ KRK

ମୁମ୍ଵାଇ ୦୮।୧୦: ସମାଲୋଚକ KRK ଜେଲରୁ ବାହାରିବା ପରେ ପୁଣି ଥରେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ହେବାର ଦେଖିବାକୁ ମିଳିଲେଣି। ଜେଲରୁ ବାହାରିବା ପରେ କେଆରକେ ଟ୍ୱିଟ୍ କରିବା ଫିଲ୍ମର ସମୀକ୍ଷା ମଧ୍ୟ ବନ୍ଦ କରିଦେଇଥିଲେ। କିନ୍ତୁ ସେ ଅଧିକ ସମୟ ରହିପାରିଲେ ନାହିଁ। ନିକଟରେ ସେ ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଫିଲ୍ମ ବିକ୍ରମ ବେଧାକୁ ଟାର୍ଗେଟ କରିଛନ୍ତି। ସୈଫ ଅଲି ଖାନ ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ ବିକ୍ରମ ବେଧା ବିଷୟରେ କେଆରକେ ଟ୍ୱିଟ କରିଛି। ସେ ଏହି ପୋଷ୍ଟରେ ଲେଖିଛନ୍ତି, ‘ବିକ୍ରମ ବେଧା ଫିଲ୍ମ ଗୁରୁବାର ଦିନ ୩.୫୦ କୋଟି ଟଙ୍କା ସଂଗ୍ରହ କରିଛି। ଅର୍ଥାତ୍ ପ୍ରଥମ ସପ୍ତାହରେ ଚଳଚ୍ଚିତ୍ରର କଲେକସନ୍‌ ଥିଲା ୪୭ କୋଟି ଟଙ୍କା। ଏଭଳି ପରିସ୍ଥିତିରେ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଖରାପ ବୋଲି ପ୍ରମାଣିତ କରୁଛି। ପ୍ରଡ୍ୟୁସରମାନେ ପ୍ରାୟ ୧୫୦ କୋଟି ଟଙ୍କା କ୍ଷତି ସହିଛନ୍ତି। ମୁଁ ଆଶା କରୁଛି ହ୍ରିତିକ ଭାଇ ଜାନ ଏହି ଚଳଚ୍ଚିତ୍ର ପାଇଁ କୌଣସି ଫି’ ନେବେ ନାହିଁ। କହିବାକୁଗଲେ ଏହା ପୂର୍ବରୁ ମଧ୍ୟ କେଆରକେ ବିକ୍ରମ ବେଧା ଫିଲ୍ମକୁ ନେଇ ସମୀକ୍ଷା ବିଷୟରେ ପୋଷ୍ଟ କରିଥିଲେ।  ଲେଖିଥିଲେ କି ମୁଁ ନିଶ୍ଚୟ ବିକ୍ରମ ବେଧାକୁ ରିଭ୍ୟୁ କରିବି… ହେଲେ ଫିଲ୍ମ ରିଲିଜ ହେବା ପୂର୍ବରୁ ଯଦି ବଲିଉଡର ଲୋକମାନେ ମୋତେ ପୁନର୍ବାର ଜେଲରେ ନଭର୍ତ୍ତି କରିବେ ତାହାଲେ ସମୀକ୍ଷା କରିବି। କେଆରକେର ଏହି ଟ୍ୱିଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.