କଣ୍ଠଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ପୁରୀ ବିଧାୟକ

ପୁରୀ : – ନଟରାଜ କଳାମନ୍ଦିର ଫୁଲବାଣୀର ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁରହିତ ତ୍ରିରଙ୍ଗ କଳାନିକେତନ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଅକ୍ଟୋବର ୨ରେ ଅର୍ଣ୍ଣପୂର୍ଣ୍ଣା ଥିଏଟର , ପୁରୀ ଶଙ୍ଖକ୍ଷେତ୍ର ନୃତ୍ୟ ଓ ସଂଗୀତ ଉତ୍ସଵରେ ଭକ୍ତି ସଂଗୀତ ଗାୟକ କରି ସମ୍ବର୍ଦ୍ଧିତ ହୋଇଛନ୍ତି । ଏହାସହିତ ନଟରାଜ କଳାମନ୍ଦିରର ୫ଜଣ ନୁର୍ତ୍ୟଶିଳ୍ପୀ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗି ଯୋଗଦେଇ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ସମସ୍ତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.