ଚିକିତ୍ସା ଅବହେଳାରୁ ଶିଶୁ ମୃତ ! ହସ୍ପିଟାଲରେ ଶବ ରଖି ଉତ୍ତେଜନା

ଗଜପତି ୧୧।୧୦ : ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ। ହସ୍ପିଟାଲରେ ଶବ ରଖି ଗ୍ରାମବାସୀ ଓ ପରିବାର ଲୋକ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରତିବାଦ କରିଛନ୍ତି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଘଟିଛି ଘଟଣା । ଖବର ଅନୁଯାୟୀ, ଗୁରାଣ୍ଡି ଗ୍ରାମର ଅନୀଲ ବିଶୋଇଙ୍କ ୬ ବର୍ଷର ପୁଅ ଆୟୁଷର ବିଳମ୍ଵିତ ରାତିରେ ପେଟ ବ୍ୟଥା ହେବାରୁ ତାଙ୍କୁ ପ୍ରଥମେ ଗୁରାଣ୍ଡି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନଥିବାରୁ ପରିବାର ଲୋକ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଏଠାରେ ମଧ୍ୟ ସମାନ ପରିସ୍ଥିତି ଥିଲା। ଡାକ୍ତରଖାନାରେ କୌଣସି ଡାକ୍ତର ନଥିବାରୁ ଡ୍ୟୁଟିରେ ଥିବା ନର୍ସ ଶିଶୁଙ୍କୁ ଇଞ୍ଜେଇକ୍ସନ ଦେଇଥିଲେ। ଇଞ୍ଜେଇକ୍ସନ ଦେବା ପରେ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଡାକ୍ତରଖାନାରେ ଶବ ରଖି ପ୍ରତିବାଦ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ।

Leave A Reply

Your email address will not be published.