ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଲଢେଇ, ବିଜୟୀ ଦଳ ହାତେଇବ ସିରିଜ୍‌

ନୂଆଦିଲ୍ଲୀ ୧୧।୧୦ : ମଙ୍ଗଳବାର ଭାରତ- ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଲଢେଇ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ ରାଞ୍ଚିରେ ଭାରତୀୟ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ସିରିଜ ଏବେ ୧-୧ରେ ବରାବର ରହିଛି । ମଙ୍ଗଳବାର ନୂଆଦିଲ୍ଲୀରେ ନିର୍ଣ୍ଣାୟକ ମୁକାବିଲା ହେବ। ଦ୍ବିତୀୟ ଦିନିକିଆରେ ବିଜୟ ପରେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିଥିବାରୁ ଶେଷ ମ୍ୟାଚ୍ ରେ ତାହାର ପ୍ରଭାବ ଦେଖିବାକୁ ମିଳିପାରେ। ତୃତୀୟ ଦିନିକିଆ ଜିତି ସିରିଜକୁ  କବଜା କରିବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ ।  ତେବେ  ଚଳିତ ସିରିଜ୍‌ରେ ଭାରତ ପାଇଁ ପ୍ରାରମ୍ଭିକ ଯୋଡ଼ି ବଡ଼ ଭାଗୀଦାରି କରିପାରୁନଥିବାରୁ ମଧ୍ୟକ୍ରମ ଖେଳାଳିଙ୍କ ଉପରେ ଚାପ ରହୁଛି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଖରେ ଏହା ଶେଷ ଅଭ୍ୟାସ ସଦୃଶ ମ୍ୟାଚ୍ । ତେଣୁ ଉଭୟ ଦଳ ପାଇଁ କର ବା ମର ସ୍ଥିତି । ତେବେ ଦିଲ୍ଲୀ ପିଚ୍ ବ୍ୟାଟିଂକୁ ସୁହାଉଥିବା ବେଳେ ପଡ଼ିଆ ଆକାର ମଧ୍ୟ ଛୋଟ। ତେଣୁ ବ୍ୟାଟରଙ୍କ ପାଇଁ ବଡ଼ ରନ୍ କରିବା ସୁଯୋଗ ରହିବ। କିନ୍ତୁ ମ୍ୟାଚ୍ ଉପରେ ବର୍ଷାର ଭୟ ରହିଛି । ଯଦିବି ବିଳମ୍ବରେ ଖେଳ ଆରମ୍ଭ ହୁଏ, ତାହେଲେ ସୀମିତ ଓଭରର ମ୍ୟାଚ୍ ରେ ଚୌକା, ଛକାର ବର୍ଷା ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.