ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଶୁଣାଣି

ଭୁବନେଶ୍ୱର ୧୧/୧୦: ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗଙ୍କ ଜମିନ୍ ଆବେଦନ ଉପରେ ଆଜି ଶୁଣାଣି ହେବ। ରାଣୀ ମହୁମାଛି ଅର୍ଚ୍ଚନା ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି । ଏବଂ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ଅଦାଲତ । ସେପଟେ ବ୍ଲାକମେଲର ରାଣୀ ଅର୍ଚ୍ଚନା କିଭଳି ଲୋକଙ୍କୁ ଫସାଇ ଟଙ୍କା ଆଦାୟ କରୁଥିଲେ ତାର ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି । ରାଜଧାନୀ ଭୁବନେଶ୍ବରରେ ରହି ବଡ଼ ଧରଣର ସେକ୍ସ ରାକେଟ୍ ଚଳାଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ନିଜ ମାୟା ଜାଲରେ ନେତା, ମନ୍ତ୍ରୀ, ପ୍ରଶାସକ, ଅଭିନେତା, ଫିଲ୍ମ ପ୍ରଯୋଜକଙ୍କୁ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏବେ ସୋସିଆଲ୍ ମିଡିଆରେ ଅର୍ଚ୍ଚନାଙ୍କ ନାଗଫାସରେ ଫସିଥିବା ଅନେକ ବଡ଼ ବଡ଼ିଆଙ୍କ ନାଁ ଘୁରି ବୁଲୁଛି । ସେପଟେ ଅର୍ଚ୍ଚନାଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଲାଗି ପଡ଼ିଛି ଖଣ୍ଡଗିରି ଥାନା ପୋଲିସ।

Leave A Reply

Your email address will not be published.